Jump to content

User:B banu

From Wikipedia, the free encyclopedia

ପାହାଡ଼ ଉପରେ ଦେବଲୋକର ଭ୍ରମ ! ମହାଭାରତ ଯୁଗର ଅନେକ ଘଟଣା ଦୃଶ୍ୟମାନ

ନୟାଗଡ : ପାହାଡ଼ ଉପରେ ଦେବାଦେବୀଙ୍କ ଜୀବନ୍ତ ଦୃଶ୍ୟ l ଦ୍ରୌପଦୀଙ୍କ ସ୍ୱୟଂମ୍ବର ସଭାର ଜୀବନ୍ତ ଦୃଶ୍ୟ ହେଉ କିମ୍ବା କପିଦ୍ୱଜ ରଥରେ ଭୀଷ୍ମଙ୍କ ଗର୍ବ ଗଞ୍ଜନ ସମୟ ଆଦିର ବାସ୍ତବ ପ୍ରତିଛବି l ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି l ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ଏହି ସ୍ଥାନଠୁ ବେଷ୍ଟ ଅଫସନ ଆଉ କିଛି ବି ନ ହୋଇପାରେ l ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ପାହାଡ଼ ଉପରର l ଓଡ଼ିଶା ପ୍ରସିଦ୍ଧ ମା ଘଣ୍ଟେଶ୍ୱରୀଙ୍କ ଭ୍ରମ ସୃଷ୍ଟି କରୁଛି l ପାହାଡ଼ ଉପରେ ମୁଣ୍ଡିଆ ହନୁମାନ ହେଉଛନ୍ତି ମୂଳ ଆରାଧ୍ୟ ଠାକୁର l ମା 'କନକ ଦୁର୍ଗାଙ୍କର ଅପୂର୍ବ ଲାଳିତ୍ୟ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ l ମା 'ଙ୍କ ପାଖରେ ଯିଏ ଯାହା ମାନସିକ ରଖେ ତାହା ପୂରଣ ହୁଏ ବୋଲି ପ୍ରଗାଢ଼ ଲୋକ ବିଶ୍ୱାସ ରହିଛି l ଆଉ ମାନସିକ ପୂର୍ଣ୍ଣ ହେଲା ପରେ ମାନସିକ କପଡା ବାନ୍ଧିଥାନ୍ତି ଲୋକେ l ଏହା ଓଡ଼ିଶାର ଘଣ୍ଟେଶ୍ୱରୀ ସ୍ଥାନ ପରି ଲୋକେ କୁହନ୍ତି l ପୂର୍ବ ପାହାଡ଼ରେ ମୁଣ୍ଡିଆ ହନୁମାନ ପୂଜା ପାଉଥିବା ବେଳେ ପଶ୍ଚିମ ପାହାଡ଼ରେ, ଦ୍ରୌପଦୀଙ୍କ ସ୍ଵୟମ୍ବର ସଭା, ଭୀଷ୍ମଙ୍କ ଗର୍ବ ଗଂଜନ ଦୃଶ୍ୟ, ଚତୁର୍ଦ୍ଧା ମୂର୍ତ୍ତି, ଗଜଉଦ୍ଧାର ଦୃଶ୍ୟ, ଦଶାଵତାର,ମା କନକଦୁର୍ଗା ଏବଂ ମା ମହିଷାସୁର ମର୍ଦ୍ଧିନୀ ପୂଜା ପାଉଛନ୍ତି l ଶାନ୍ତ ନିକାଞ୍ଚନ ପରିବେଶରେ ଘଡ଼ିଏ ସମୟ ବିତାଇବାକୁ ଏକ ଏକ ସୁନ୍ଦର ସ୍ଥାନ ଟିଏ l ସେହିପରି ଶିବଙ୍କ ପଞ୍ଚଲିଙ୍ଗେଶ୍ୱର, ଶ୍ରବଣ କୁମାରଙ୍କ ପିତୃ ଭକ୍ତି, ଶିବ ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳେ l ପାହାଡ଼ର ଶୀର୍ଷରେ ପାତାଳି କନକ ଦୁର୍ଗା, ମାମୁଁ -ଭଣଜା ପାହାଡ଼ ଏବଂ ମା ଦୁର୍ଗାଙ୍କ ଏକାଧିକ ଅବତାରର ଦୃଶ୍ୟ l ମାମୁଁ -ଭଣଜା ପାହାଡ଼ ଗୁମ୍ଫା ଦେଇ ଯାତାୟାତ କରିଥାନ୍ତି l

ପ୍ରତି ଦୃଶ୍ୟ ପୁରାଣବର୍ଣ୍ଣିତ ଗାଥା ବହନ କରୁଛି l ଏମିତି ଏକ ସ୍ଥାନ ଯେଉଁ 108 ଦେବାଦେବୀଙ୍କୁ ସ୍ଥାପନା ପାଇଁ ପ୍ରୟାସ କରାଯାଉଛି l ପାହାଡ଼ ଶୀର୍ଷ ସ୍ଥାନୀୟ ଗାଁର ଚିତ୍ର ଯେତିକି ମନୋରମ ଏହାର ପ୍ରାକୃତିକ ପରିବେଶ ବେଶ ମନଛୁଆ l ଥରେ ଯିଏ ଯାଇଛି ଫେରିବାକୁ ଇଚ୍ଛା କରିନି l କେବଳ ଶୀତ ଋତୁ ନୁହେଁ ବର୍ଷ ତମାମ ଏହି ସ୍ଥାନ ଏବେ ଜନ ଗହଳିରେ ପରିପୂର୍ଣ୍ଣ ହୋଇଛି l

1977 ମସିହାରେ ଜନୈକ ମହିଳା ଏହି ପାହାଡ଼ ତଳ ଦେଇ ଗାଧୋଇ ଯାଉଥିବା ବେଳେ ଦେଖାଦେଇଥିଲା ବିପଦ l ସେ ଠାକୁରଙ୍କ ସୁମରଣ କରିବାରୁ ମୁଣ୍ଡିଆ ହନୁମାନ ତାଙ୍କୁ ଉଦ୍ଧାର କରିଥିଲେ l ସେବେ ଠାରୁ ମୁଣ୍ଡିଆ ହନୁମାନ ସମସ୍ତଙ୍କ ଆରାଧ୍ୟ ଠାକୁର ହୋଇପାରିଛନ୍ତି l ଏହାପରେ ଏହି ସ୍ଥାନର ବିକାଶ ପାଇଁ ଅଞ୍ଚଳବାସି ପଣ କରିଛନ୍ତି lସରପଞ୍ଚ ବୈକୁଣ୍ଠନାଥ ଗୋଛିଙ୍କ ତତ୍ୱାବଧାନରେ ଏବଂ ମର୍ଦରାଜପୁର ଗ୍ରାମବାସୀ ସହାୟତାରେ ଆଜି ଏକ ସୁନ୍ଦର ସ୍ଥାନରେ ପରିଣତ ହୋଇପାରିଛି l ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ ଏହି ସ୍ଥାନନ ଅନେକ ଉନ୍ନତି ହୋଇପାରନ୍ତା l